ରାକ୍ଷୀ ବାନ୍ଧିବା ପରେ ଭଉଣୀର ହତ୍ୟା କରି ଫେରାର ହୋଇଥିବା ଦୁଇଭାଇଙ୍କୁ ଗିରଫ କଲା ପୋଲିସ୍‌

Published: Aug 10, 2020, 5:53 pm IST

ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଯଦି ସୁରକ୍ଷା ଦେବା ହାତ ଯଦି ହତ୍ୟା କରେ, ତେବେ ଭଉଣୀମାନେ କିପରି ଭାଇମାନଙ୍କ ଉପରେ ଆସ୍ଥା ରଖିବେ। ଭଉଣୀ ପାଇଁ ଭାଇମାନେ ନିଜଜୀବନକୁ ବାଜି ଲଗାଉଥିବାବେଳେ ଅହମ୍ମଦବାଦଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି।

ଏଠାରେ ଭାଇମାନେ ସାମାନ୍ୟ କିଛି ସମ୍ପତ୍ତି ଓ ଟଙ୍କା ଉଦ୍ଦେଶ୍ୟରେ ନିଜ ଭଉଣୀକୁ ହତ୍ୟା କରିଛନ୍ତି। ଅହମ୍ମଦାବାଦରେ ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି। ଭଉଣୀ ହାତରୁ ରାକ୍ଷୀ ପିନ୍ଧି ସାରିବା ପରେ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁଇ ଭାଇ। ଏହା ସହିତ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଚୋରାଇ ନେଇଥିଲେ ଦୁଇ ଅଭିଯୁକ୍ତ । ଅଗଷ୍ଟ 4  ତାରିଖରେ ଅହମ୍ମଦାବାଦର ସରିତା ରେସିଡେନ୍ସିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଭାଇ ସାଜିଜୁଲ୍ ଏବଂ ରୋଜୋଆଲି ଭଉଣୀ ସୌକି ନିକଟରୁ ରାକ୍ଷୀ ପିନ୍ଧିବା ପାଇଁ ଆସିଥିଲେ। ତେବେ ରାକ୍ଷୀ ପିନ୍ଧି ସାରିବା ପରେ ଭଉଣୀକୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ଦୁଇ ଭାଇ ଫେରାର ହୋଇ ଯାଇଥିଲେ । ସାଜିଜୁଲଙ୍କ ବିବାହ ବିଚ୍ଛେଦ ପାଇଁ ଭଉଣୀକୁ ଦାୟୀ କରି ଦୁଇ ଭାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରକାଶ କରିଛନ୍ତି। (ଏଜେନ୍ସି)

Related posts