ଆଉ ଏକ ଲଜ୍ଜା : ରାଜସ୍ଥାନରେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ

Published: Aug 10, 2020, 5:58 pm IST

ଦାଉସା : ରାଜସ୍ଥାନର ଦାଉସା ଜିଲ୍ଲାରେ ଏକ ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। 17 ବର୍ଷୀୟ ଏହି ମୂକ ବଧିର ଝିଅଟି ଗାଁର ଏକ ଦୋକାନକୁ ଯାଉଥିବା ସମୟରେ ଅଭିଯୁକ୍ତ ମାନେ ଅପହରଣ କରି ନେଇଥିଲେ। ଅପହରଣ କରି ଗଣଦୁଷ୍କର୍ମ ପରେ ନାବାଳିକାକୁ ଛାଡି ଦେଇଥିଲେ ଅଭିଯୁକ୍ତ।

ଅଗଷ୍ଟ 4 ତାରିଖରେ ଦସୁଆରେ ଏହି ଘଟଣା ଘଟିଥିଲା। ଘଟଣାର ତିନି ଦିନ ପରେ ଯୁବତୀଙ୍କ ମା ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ରାତିରେ ମାଣ୍ଡାବଳୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅନ୍ୟ ଦୁଇ ଜଣଙ୍କ ସନ୍ଧାନରେ ରହିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ଆଇଜି ଏସ ସେଙ୍ଗିଥାର ପ୍ରକାଶ କରିଛନ୍ତି। ପୋକ୍ସୋ ଆଇନ୍ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି। (ଏଜେନ୍ସି)

Related posts