କଟକରୁ ଆଉ 53 ପଜିଟିଭ୍‌ ଚିହ୍ନଟ

Published: Aug 10, 2020, 6:27 pm IST

କଟକ : ଆଜି କଟକ ମହାନଗର ଅଞ୍ଚଳରୁ ଆଉ 53ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 53 ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 43ଜଣ  ଚିହ୍ନଟ ହୋଇଥିବାବେଳେ 10 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛି ବୋଲି ସିଏମ୍‌ସି ଟୁଇଟ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ 43 ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନେମେଣ୍ଟ ଜୋନ୍‌ରୁ 19 ଜଣ ରହିଥିବାବେଳେ 06 ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ 18ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।

ମାଲଗୋଦାମ ଜାଲୁଆ ସାହିରୁ 19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାମନ୍ତ ସାହିରୁ 7 ଜଣ, ଚୌଧୁରୀ ବଜାରରୁ 6ଜଣ, ପଟ୍ଟାପୋଲରୁ 2 ଜଣ ଚିହ୍ନଟ ହୋଇଛି।

ଲୋକାଲ 10 କେସ୍‌ ମଧ୍ୟରୁ ଫ୍ରେଣ୍ଡସ୍‌ କଲୋନୀରୁ 28 ବର୍ଷୀୟ ଯୁବକ ଥିବାବେଳେ ରାଜା ବଗିଚାରୁ ଜଣେ 37 ବର୍ଷୀୟ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ସେହିପରି ବାମ୍ପୀ ସାହିରୁ 61 ବର୍ଷୀୟ ପୁରୁଷ ରହିଥିବାବେଳେ କନିକା ବଜାରରୁ 33 ବର୍ଷୀୟ ପୁରୁଷ ରହିଛନ୍ତି । ଦର୍‌ଘା ବଜାରରୁ 55 ବର୍ଷୀୟା ମହିଳା ଥିବାବେଳେ ମହତାବ ନଗରରୁ ଜଣେ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ସେହିପରି ମଧୁପାଟଣାରୁଜଣେ 52 ବର୍ଷୀୟ ପୁରୁଷ ରହିଥିବାବେଳେ ସେକ୍ଟର 10 ସିଡିଏରୁ 57 ବର୍ଷୀୟ ବ୍ୟକ୍ତି ରହିଛନ୍ତ ସିଡିଏ ସେକ୍ଟର -7ରୁ ଜଣେ 37 ବର୍ଷୀୟ କୋଭିଡ୍‌ ଯୋଦ୍ଧା ରହିଥିବାବେଳେ ସାହେବଜାଦା ବଜାରରୁ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି ।

ନୂତନ 53 ଜଣ ଚିହ୍ନଟ ହେବା ପରେ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1ହଜାର 721ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 912 ଜଣ । 10ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 799 ଜଣ ସକ୍ରିୟ ଅଛନ୍ତି ।

Image

 

Related posts