ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ

Published: Aug 10, 2020, 9:20 pm IST

ଆଜି ରାଜ୍ୟରେ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି।ଆଜି ସର୍ବାଧିକ ୪୬୧ ଜଣ ଖୁର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇ ହେରିଥିବା ବେଳେ ଗଞ୍ଜାମରୁ ୧୮୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ଵରରୁ ୩୫, ବରଗଡରୁ ୩୪, ଜଗତସିଂପୁର ଓ ସୁନ୍ଦରଗଡରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡାରୁ ୧୦, ବୌଦ୍ଧ ରୁ ୯, ଝାରସୁଗୁଡାରୁ ୮, ନୟାଗଡରୁ ୬ ଓ କଟକରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୨୦ ରେ ପହଞ୍ଚିଛି।

 

Related posts