କୋଭିଡ ପରିଚାଳନାକୁ ନେଇ ହେଉଥିବା ଅଭିଯୋଗ ଉପରେ ସରକାର ତୁରନ୍ତ କାର୍ୟାନୁଷ୍ଠାନ ନିଅନ୍ତୁ; ରାଜ୍ୟ କଂଗ୍ରେସ

Published: Aug 10, 2020, 9:29 pm IST

କୋଭିଡ ପରିଚାଳନାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଥିବା ବିଭିନ୍ନ ଅଭିଯୋଗ ଉପରେ ତୁରନ୍ତ ରାଜ୍ୟ ସରକାର କାର୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଏକ ପ୍ରେସ ବିବୃତିରେ ସେ ପଟ୍ଟନାୟକ କହିଛନ୍ତି ଯେ,ଗତ ଦୁଇମାସ ଧରି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ବ୍ୟକ୍ତି ବିଶେଷ ଯେଉଁ ମତପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ର ମୁକାବିଲା ପାଇଁ ସରକାର ଯେଉଁ ସବୁ ଜିନିଷ କିଣିଛନ୍ତି   ସ୍ୱାସ୍ଥ୍ୟ ବିଭାଗର କୋଟି କୋଟି ଟଙ୍କାରଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିବା ସତ୍ୱେ ସେ ବିଷୟରେ
ସରକାର କାହିଁକି ତୁରନ୍ତ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ
ପଟ୍ଟନାୟକ । ଦୟାକରି ଅଭିଯୋଗକୁ ସାମ୍ନା କରନ୍ତୁ ସରକାର । ଏପରିକି
ଲୋକୟୁକ୍ତରେ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଲୋକାୟୁକ୍ତ
ଅଧ୍ୟକ୍ଷ ନୋଟିସ ଦେଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଉପସ୍ଥିତ ରହୁନାହାନ୍ତି କି
ତା’ର କୌଣସି ଉତର ଦେଉନାହାନ୍ତି । ତେଣୁ ଜନସାଧାରଣଙ୍କ ମନରେ ଯଥେଷ୍ଟ ସନ୍ଦେହ ସୃଷ୍ଟି ହୋଇଛି ଯେ କୋଭିଡ୍ ୧୯ ପରିଚାଳନା କ୍ଷେତ୍ରରେ ବହୁତ ଦୁର୍ନୀତି
ହୋଇଛି । ପିସିସି ସଭାପତି ଅନୁରୋଧ କରିଛନ୍ତି ଯେ ଭିଡିଓ ଭାଇରାଲ
କ୍ଷେତ୍ରରେ ଯେମିତି ତୁରନ୍ତ ପଦକ୍ଷେପ ନେଇ ଏହା ମନଗଢ଼ା କଥା ବୋଲି ସରକାର
ଜାଣିପାରି ସେ ଉପରେ ତୁରନ୍ତ ପଦକ୍ଷେପ ନେଲେ ସେହିପରି ରାଜ୍ୟରେ କୋଭିଡ୍ ୧୯ ଦୁର୍ନୀତିର ପର୍ଦ୍ଦାଫାସ କରିବେ କି ବା ସରକାର ଉଚିତ୍‌ କାର୍ଯାନୁଷ୍ଠାନ ନେବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

 

Related posts