ଏଥର ଅଗଷ୍ଠ ପନ୍ଦରରେ ସମ୍ମାନିତ ହେବେ 70 ଜଣ କୋଭିଡ ଯୋଦ୍ଧା, ଆଜିଠାରୁ ପ୍ରସ୍ତୁତି ଆରମ୍ଭ

Published: Aug 11, 2020, 9:52 am IST

ଭୁବନେଶ୍ବର, ଏଥର ଅଗଷ୍ଠ ପନ୍ଦର ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 70 ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବେ।କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇଛନ୍ତି ସେମାନଙ୍କୁ ସମ୍ମାନିତ କରିବା ପାଇଁ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ତାଙ୍କ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଗତ ବର୍ଷ ପରି ଏଥର ସେହି ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରାଯିବ। ସେଥିପାଇଁ କମିଶନରେଟ ପୋଲିସ ତରଫରୁ ପ୍ରସ୍ତୁତି କରାଯାଇଛି। ଆଜିଠାରୁ ଦୁଇଦିନ ପାଇଁ ରିହରସେଲ କରାଯିବ। କୋଭିଡ କଟକଣା ପାଇଁ ଏଥର ସ୍ବାଧୀନତା ଦିବସକୁ କାଣ୍ଟଛାଣ୍ଟରେ କରାଯିବ ବୋଲି ନିଷ୍ପତି କାରଯାଇଛି।

Related posts