ଖୁବ ଶିଘ୍ର ଖୋଲିବ ମନ୍ଦିର, ଏ ନେଇ ରାଜ୍ୟ ସରକାର ଆରମ୍ଭ କଲେ ଅନୁଧ୍ୟାନ

Published: Aug 11, 2020, 10:03 am IST

ଭୁବନେଶ୍ବର, ଖୁବ ଶିଘ୍ର ମନ୍ଦିର ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ଏ ନେଇ କୋର୍ଟ ଏକ ରାୟ ଦେଇଥିବାରୁ ସେହି ଆଧାରରେ କିପରି କୋଭିଡ ଗାଇଡ ଲାଇନ ସହିତ ଠାକୁର ଦର୍ଶନ ହେବ ତାହା ଆଲୋଚନା ଚାଲିଛି। ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏପରିକି ସୁପ୍ରିମ କୋର୍ଟ ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି। ହେଲେ ଓଡିଶା ସରକାର କୋଭଡି ପାଇଁ ରାଜ୍ୟରେ ତାହା ଲାଗୁ କରି ନାହାଁନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ରାଜ୍ୟ ସରକାର କିପରି ମନ୍ଦିର ଖୋଲାଯିବ ତା ଉପରେ ତର୍ଯ୍ୟମା କରୁଛନ୍ତି।

Related posts