ପୁଣି ଥରେ ଓଡିଶା ପ୍ରଥମ, ଅମୃତ ଯୋଜନାରେ ଦେଶରେ ଓଡିଶା ସମେତ ଟପ 20ଟି ରାଜ୍ୟ ତାଲିକା ପ୍ରକାଶ

Published: Aug 11, 2020, 10:53 am IST

ଭୁବନେଶ୍ବର, କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟକୁ ଏକ ନମ୍ବର ମାନ୍ୟତା ଦେଇଛନ୍ତି। ତାହା ହେଉଛି ରାଜ୍ୟରେ ପାଇପ ଜଳ ଯୋଗାଣ ପାଇଁ ଚାଲିଥିବା ଅମୃତ ଯୋଜନା। ଏହି ଯୋଜନାରେ ଓଡିଶା ସରକାର ଭଲ ସଫଳତା ହାସଲ କରିଛି। ଫଳରେ କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହି ମାନ୍ୟତା ଦେଇଛି।

ଏହି ଅମୃତ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ଲାଗୁ କରାଯାଇଛି। ଓଡିଶାର ନଅ ଟି ସହରାଞ୍ଚଳରେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡିକ ହେଲା ଭୁବନେଶ୍ବର, କଟକ,ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର, ଭଦ୍ରକ,ବ୍ରହ୍ମପୁର ଏବଂ ପୁରୀ।

Related posts