24 ଘଣ୍ଟାରେ 53 ହଜାର ନୂତନ ଆକ୍ରାନ୍ତ, 871 ମୃତ

Published: Aug 11, 2020, 10:42 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ 53 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 871 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 68 ହଜାର 676ରେ ପହଞ୍ଚିଛି । ସେହିପରି 871 ଜଣଙ୍କ ପ୍ରାଣହାନି ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 45 ହଜାର ୨୫୭ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ 15 ଲକ୍ଷ 83 ହଜାର 489ରେ ପହଞ୍ଚିଛି । ମହାରାଷ୍ଟ୍ରରେ କରୋନା ପରସ୍ଥିତି ସବୁଠୁ ଅଧିକ ଭୟଙ୍କର ରହିଛି । ଏଠାରେ କରୋନାରେ 3 ଲକ୍ଷ 58 ହଜାର 421 ଜଣ ଆକ୍ରାନ୍ତ ହୋଇଥିବା ବେଳେ 18 ହଜାର 50ଜଣଙ୍କର ମୃତ୍ୟୁ ଘଟିଛି ।

Related posts