ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

Published: Aug 11, 2020, 10:54 am IST

ଭୁବନେଶ୍ବର : ଚଳିତ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର । କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛ। ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଚଳିତ ଥର କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ପୋଷ୍ଟ କିମ୍ବା ପ୍ୟାରେଡ୍‌ ହେବ ନାହିଁ ବୋଲି ସୂଚନା ରହିଛି । ସେହିପରି ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି ।

କାର୍ଯ୍ୟକ୍ରମରେ ସର୍ବାଧିକ 50ରୁ 75 ଜଣ ଅତିଥିଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ରହିଛି । ଅତିଥିଙ୍କ ମଧ୍ୟରେ 15ରୁ 20 କରୋନା ଯୋଦ୍ଧା ସାମିଲ୍‌ ହେବେ ବୋଲି ସୂଚନା ରହିଛି । ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀ ପ୍ରମୁଖ ସାମିଲ୍‌ ହେବେ ।  କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Related posts