29ଟି ଜିଲ୍ଲାରୁ 1341 ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

Published: Aug 11, 2020, 10:58 am IST

ଭୁବନେଶ୍ବର :  ଆଜି 29ଟି ଜିଲ୍ଲାରୁ ମୋଟ୍‌ 1341ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରୁ 227ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲାରୁ 218 ଜଣ, ସୁନ୍ଦରଗଡରୁ 91,ଭଦ୍ରକରୁ 83, କଟକରୁ 76, ରାୟଗଡାର 75, ଝାରସୁଗୁଡାରୁ 67, ନୟାଗଡରୁ 57, ବରଗଡରୁ 56, ବାଲେଶ୍ବରରୁ 54, କୋରାପୁଟରୁ 45, ବଲାଙ୍ଗିର ଓ କେନ୍ଦ୍ରାପଡାରୁ 27 ଜଣ ଲେଖାଏଁ, ସମ୍ବଲପୁରରୁ 26, କଳାହାଣ୍ଡିରୁ 25,  କେଉଁଝରରୁ 23, ଗଜପତିରୁ 20, ମାଲ୍‌କାନଗିରିରୁ 17, କନ୍ଧମାଳ, ଜଗତସିଂହପୁର ଓ ପୁରୀରୁ 16ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଯାଜପୁରରୁ 15 ଜଣ ଚିହ୍ନଟ ହୋଇଛନ୍ତି। ସୋନପୁର ଓ ଢେଙ୍କାନାଳରୁ 14ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ 10 ମୟୂରଭଞ୍ଜରୁ 9, ନୂଆପଡାରୁ 7,    ନବରଙ୍ଗପୁରରୁ 6, ଅନୁଗୁଳରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

Related posts