ମୋବାଇଲ ଫାଟି ମା’ ଓ ଦୁଇ ଶିଶୁ ମୃତ

Published: Aug 11, 2020, 2:21 pm IST

ତାମିଲନାଡୁ : ତାମିଲନାଡୁରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କରୁର୍‌ଠାରେ ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମା’ ଓ ତାଙ୍କର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। 29 ବର୍ଷୀୟା ମୁଥୁଲକ୍ଷ୍ମୀ ମୋବାଇଲ୍‌ ଚାର୍ଜିଂରେ ବସାଇ ଫୋନ୍‌ରେ କଥା ହେଉଥିଲେ । କଲ୍‌ କାଟିବା ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ପରେ ମୁଥୁଲକ୍ଷ୍ମୀ ଏହି ନିଆଁରେ ପୋଡି ହୋଇଯାଇଥିଲେ । ଏହି ସମୟରେ ସେଇ ରୁମ୍‌ରେ ରହିଥିବା 3 ବର୍ଷୀୟ ରଣଜିତ୍‌ ଓ 2 ବର୍ଷୀୟ ଦୀକ୍ଷିତ୍‌ ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୁଥୁଲକ୍ଷ୍ମୀ ଓ ବାଲକୃଷ୍ଣ ଛ ବର୍ଷ ପୂର୍ବେ ବିବାହ କରିଥିବାବେଳେ କିଛି ବର୍ଷ ହେବ ସେମାନେ କରୁର୍‌ରେ ବସବାସ କରୁଥିଲେ । ଦୁହେଁ ଏକ ଫୁଡ୍‌ ଷ୍ଟଲ୍‌ ଚଳାଉଥିଲେ । କିନ୍ତୁ କରଜ  ବଢିବା ପରେ ବାଲକୃଷ୍ଣ ପରିବାରକୁ ଛାଡି ଦେଇ ଚାଲି ଯାଇଥିଲେ ।

ମୁଥୁଲକ୍ଷ୍ମୀ ଏକଲା ହିଁ ନିଜ ପରିବାରର ବୋଝ ନିଜେ ଉଠାଉଥିଲେ । କିନ୍ତୁ କରୋନା ଯୋଗୁଁ ତାଙ୍କର ରୋଜଗାର କମି ଯାଇଥିଲା। ଆର୍ଥିକ ଦୁର୍ଦ୍ଦିନ୍‌ରେ ମୁଥୁଲକ୍ଷ୍ମୀ ଗତି କରୁଥିଲେ । ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ୍‌ ପହଞ୍ଚି ମାମଲା ଯାଞ୍ଚ ଆରମ୍ଭ କରିଛି ।(ଏଜେନ୍ସି)

Related posts