ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ହିଂସା : ତିନି ମୃତ, 60 ଆହତ

Published: Aug 12, 2020, 11:43 am IST

ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଭୟଙ୍କର ହିଂସା ଘଟିଛି । ଏହି ସଂଘର୍ଷରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଫେସ୍‌ବୁକ୍‌ର ଏକ ପୋଷ୍ଟକୁ ନେଇ କିଛି ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ । ପୋଲିସ୍‌ ଷ୍ଟେସନ୍‌ ଓ ବିଧାୟକଙ୍କ ଘର ଆଗରେ ନିଆଁ ଜାଳିବା ସହିତ  ଗାଡି ଜାଳି ଥିଲେ । ଏହା ସହିତ ଏଟିଏମ୍‌ ମଧ୍ୟ ଭାଙ୍ଗି ଥିଲେ । ଏହା ସହିତ 110 ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ବିଧାୟକଙ୍କ ଜନୈକ ସମ୍ପର୍କୀୟ ଫେସ୍ବୁକରେ କିଛି ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହା ପରେ ପ୍ରତିବାଦକାରୀ ମାନେ ବିଧାୟକଙ୍କ ଘରକୁ ଯିବା ମଧ୍ୟରେ ଅନେକ ଗାଡିକୁ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟି 24ଟି ଚାରି ଚକିଆ ଯାନ ଏବଂ 200ରୁ ଅଧିକ ଦୁଇ ଚକିଆ ଯାନରେ ନିଆଁ ଲଗାଇଥିଲେ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ୍‌ ସେହି ଅଞ୍ଚଳରେ କର୍ଫ୍ୟୁ ଲଗାଇବା ସହିତ ପୂରା ବେଙ୍ଗାଲୁ୍ରୁରେ 144 ଜାରି କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଏହି ହିଂସାକାଣ୍ଡର ନିନ୍ଦା କରିଛନ୍ତି । ସେହିପରି ଏହି ହିଂସାକାଣ୍ଡର ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେବା ସହିତ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଛନ୍ତି ।(ଏଜେନ୍ସି)

Related posts