Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ଟେଣ୍ଡର କ୍ୟାବିନେଟ୍ ବୈଠକରେ ଅନୁମୋଦିତ
ଆଜିର ଖବର

ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ଟେଣ୍ଡର କ୍ୟାବିନେଟ୍ ବୈଠକରେ ଅନୁମୋଦିତ

August 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର କ୍ୟାବିନେଟ୍ ବୈଠକରେ ଅନୁମୋଦିତ

ଭୁବନେଶ୍ୱର, ରାଜ୍ୟ ସରକାର ଆଜି ଅନୁଷ୍ଠିତ ୪୮ ତମ କ୍ୟାବିନେଟ୍ ବୈଠକରେ ବରଗଡ ଜିଲ୍ଲାର ବିଜେପୁର ଅଂଚଳକୁ ନିଶ୍ଚିତ ଜଳ ସେଚନ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ( ଲିଫ୍ଟ କେନାଲ ସିଷ୍ଟମ) ଟେଣ୍ଡରକୁ ମଞ୍ଜୁର କରିଛନ୍ତି। ଜଳ ପାଇଁ ଅଧିକାଂଶ ସମୟରେ ମରୁଡି ଦ୍ୱାରା କୃଷି ପ୍ରଭାବିତ ହେଉଥିବା ଏହି ଅଂଚଳ ପାଇଁ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ କରାଯାଇଛି।

ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫,୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬,୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ ଟି ଗ୍ରାମର ୩,୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର, ଏସବୁ ମିଶି ସମୁଦାୟ ୧୨୪ଟି ଗ୍ରାମର ୨୫,୬୦୦ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ହୋଇପାରିବା ସହିତ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଅଂଚଳବାସୀଙ୍କ ଉନ୍ନତି ପାଇଁ ଦେଇଥିବା ପ୍ରତିଶ୍ରୁତି ସାକାର ହେବାକୁ ଯାଉଛି।

ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯାନ୍ତ୍ରିକ, କ୍ରୟ ଓ ନିର୍ମାଣ (ଇଂଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଓ କନ୍‌ଷ୍ଟ୍ରକ୍‌ସନ) ପଦ୍ଧତିରେ କରାଯାଇ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ପ୍ରକଳ୍ପ ଜରିଆରେ ୩୦ ପ୍ରତିଶତ ସେଚାଂଚଳରେ ସ୍ୱୟଂଚାଳିତ ଅଣୁ ଜଳ ସେଚନ(ଅଟୋମେଟେଡ୍ ମାଇକ୍ରୋ ଇରିଗେସନ ସିଷ୍ଟମ୍ ) କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ପଦ୍ଧତି କୃଷକମାନଙ୍କୁ ସ୍ୱଳ୍ପ ଜଳ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି କରିବା ଦିଗରେ ସହାୟକ ହୋଇପାରିବ ।

odisha cabinet
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.