
ଭୁବନେଶ୍ବର, ଡାକ୍ତରମାନେ ଏଣିକି ରୋଗୀଙ୍କୁ ସ୍ପଷ୍ଟଭାବେ ପ୍ରେସକ୍ରିପସନ ଲେଖିବେ। ଏନେଇ ଓଡିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି। ପୂର୍ବରୁ ଡାକ୍ତରମାନେ ସ୍ପଷ୍ଟ ଭାବେ ଲେଖିବା ପାଇଁ ମେଡିକାଲ କାଉନସଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାକୁ କେହି ପାଳନ କରୁ ନାହାଁନ୍ତି। ମୁଖ୍ୟତଃ ଯେଉଁ ଡାକ୍ତରଙ୍କର ଭଲ ଅକ୍ଷର ହୁଏ ନାହିଁ ସେମାନେ କ୍ୟାପିଟଲ ଲେଟରରେ ଔଷଧର ନାମ ଲେଖିବା ପାଇଁ ନିର୍ଦ୍ଦେଶ ରହିଛି।
ମୁଖ୍ୟ ଶାସନ ସଚିବ ଏହା ଉପରେ ଅନୁଧ୍ୟାନ କରି ନିୟମକୁ କଡାକଡି ଭାବେ ଲାଗୁ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏକ ଅନ୍ତରିଣ ଜାମିନୀ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣଗ୍ରାହୀ।
Tags: High Court, ଡାକ୍ତର ପ୍ରେସକ୍ରିପସନ