ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

Published: Aug 13, 2020, 11:11 am IST

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ସକାଳ ସୁଦ୍ଧା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବାବେଳେ ଏବେବି ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଠିଥିବା ଗୁଜବକୁ ମିଛ ବୋଲି କହିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା।  ମସ୍ତିଷ୍କରେ ରକ୍ତ ଜମାଟ ପରେ 10ରେ ପ୍ରଣବଙ୍କ ଅସ୍ତ୍ରୋପଚାର ହୋଇଥିଲା । ସେହିଦିନ ପ୍ରଣବ ମୁଖାର୍ଜୀ କରୋନାରେ ପୀଡ଼ିତ ଥିବାର ମଧ୍ୟ ଜଣାପଡିଥିଲେ ।

84 ବର୍ଷୀୟ ପ୍ରବଣ ମୁଖାର୍ଜୀ ସୋମବାର ଦିନ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରବିବାର ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ବାଥରୁମ୍‌ରୁ ପଡି ଆହତ ହୋଇଥିଲେ । ଏହାପରେ ତାଙ୍କ ମସ୍ତିଷ୍କର ଗୋଟିଏ ଜାଗାରେ ରକ୍ତ ଜମାଟ ହୋଇଥିଲା । ଏହି ଜମାଟ ରକ୍ତକୁ ବାହାର କରିବା ପାଇଁ ସର୍ଜରୀ କରାଯାଇଥିଲା । ସର୍ଜରୀ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପ୍ରଣବ ମୁଖାର୍ଜୀ ନିଜେ ଟୁଇଟ୍‌ କରି କରୋନା ପଜିଟିଭ୍ ହୋଇଥିବାର ସୂଚନା ଦେଇଥିଲେ । (ଏଜେନ୍ସି)

Related posts