ଚାରିଦିନ ଯାଏଁ ବର୍ଷିବ : 2 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

Published: Aug 13, 2020, 4:24 pm IST

ଭୁବନେଶ୍ବର :  ଆସନ୍ତା ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ 4 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟା ପାଇଁ 2ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ରହିଛି । ମାଲ୍‌କାନଗିରି ଓ କୋରାପୁଟକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ସକାଳ 8ଟା 30 ଯାଏଁ  10 ଜିଲ୍ଲାକୁ ୟେଲୋ  ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡା,କନ୍ଧମାଳ, କଳାହାଣ୍ଡି,ସମ୍ବଲପୁର ଓ ଦେବଗଡ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଅପରପକ୍ଷରେ ଖୋର୍ଦ୍ଧା , ନୟାଗଡ ଓ ପୁରୀ ଜିଲ୍ଲାରେ ବିଜୁଳି ଓ ଘଡଘଡିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଟାଙ୍ଗୀ, ଚିଲିକା, ବାଣପୁର ଓ ନୟାଗଡ ଜିଲ୍ଲାରୁ ରଣପୁର ବ୍ଲକ ଓ ପୁରୀର କପିଳ ପ୍ରସାଦ ବ୍ଲକ୍‌ରେ ସତର୍କ ସୂଚନା ଜାରି କରାଯାଇଛି । ଏହି ଅଞ୍ଚଳଗୁଡିକରେ ବିଜୁଳି ସହିତ ଘଡଘଡି ହେବା ନେଇ ସୂଚନା ରହିଛି ।

Related posts