ସ୍ବାଧୀନତା ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, କୋଭିଡ ଯୋଦ୍ଧାଙ୍କୁ କଲେ ସମର୍ପଣ

Published: Aug 15, 2020, 11:03 am IST

ପୁରୀ, ଆଜି 74 ତମ ସ୍ବାଧୀନତା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କୋରନା ମହାମାରୀରେ ସାରା ବିଶ୍ବ ଆକ୍ରାନ୍ତ ହୋଇପଡିଥିବାରୁ ଭାରତରେ ଅଗଷ୍ଟ 15 କାଣ୍ଟଛାଣ୍ଟ ଭାବେ କରାଯାଇଛି। ସେତେବେଳେ ଯେପରି ସ୍ବାଧୀନତା ସଂଗ୍ରାମୀମାନେ ଇଂରେଜ ବିରୋଧରେ ଯୁଦ୍ଧ କରୁଥିଲେ, ଏବେ ବି କରୋନା ବିରୋଧରେ ଯୁଦ୍ଧ ଚାଲିଛି। ସେହି ଯୁଦ୍ଧରେ ଯେଉଁମାନେ ଯୋଦ୍ଧା ତାଙ୍କୁ ସମ୍ମାନ ଜଣାଇ ସୁଦର୍ଶନ କରିଛନ୍ତି ଏହି ବାଲୁକା କଳା।

74 ତମ ସ୍ବାଧୀନତା ଦିବସ ସହିତ କରୋନା ଯୁଦ୍ଧର ଏକ ସମିଶ୍ରଣରେ ସୁଦର୍ଶନ ନିର୍ମାଣ କରିଛନ୍ତି ଏହି ସ୍ଥାପତ୍ୟ। ଏଥିରେ କୋଭିଡ ଯୋଦ୍ଧାମାନଙ୍କ ସହିତ ଶୀର୍ଷରେ ସେ ତିଆରି କରିଛନ୍ତି ତ୍ରୀରଙ୍ଗା। ଗୋଟିଏ ପଟେ ଡାକ୍ତର ନର୍ସ ସେବକମାନେ ଥିବା ବେଳେ ଅନ୍ୟ ପଟେ ସେ ସୁରକ୍ଷା ବାହିନୀଙ୍କୁ ରଖିଛନ୍ତି। ମଝିରେ ଏମାନଙ୍କୁ ସାଲୁଟ କରିବା ପାଇଁ ଇଂରାଜୀରେ ଉଲ୍ଲେଖ କରାଯାଇଛି।

Related posts