ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଲେ ଆଇଟିବିପି ଯବାନ୍‌

Published: Aug 15, 2020, 12:39 pm IST

ନୂଆଦିଲ୍ଲୀ: ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପିର ଯବାନ। ଲଦାଖ ସୀମାରେ ୧୭ ହଜାର ଫୁଟ ଉପରେ ରହିଥିବା ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ପକ୍ଷରୁ ଶନିବାର ଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସୀମାର ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ ତ୍ରିରଙ୍ଗା ଉଡାଯାଇଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହା ସହିତ ସିଏପିଏଫ୍ ଯବାନଙ୍କ ପକ୍ଷରୁ ପାଙ୍ଗ ସୋ ହ୍ରଦ ନିକଟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ନିକଟରେ ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷରେ ଶହୀଦ ହୋଇଥିବା ୨୧ ଯବାନଙ୍କ ନାମ ସାହାସିକତା ପଦକ ପାଇଁ ସୁପାରିଶ କରାଯାଇଛି।

Related posts