ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ଥାନା କୁନ୍ଦଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଦୁଇଜଣ ଛାତ୍ର ଟିଉସନ୍ ହେବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସୂଚନାନୁଯାୟୀ ତୁଳଙ୍ଗ ଗ୍ରାମର ଦୁଇଜଣ ଛାତ୍ର ଦିଲ୍ଲିପ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ପ୍ରତ୍ୟୁଷ ବିଶ୍ୱାଳ(ଚନ୍ଦନ)୧୩ ଓ ତନ୍ମୟ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ଆୟୁଷ ବିଶ୍ୱାଳ ଦୁଇଜଣଯାକ ନବମରେ ପଢୁଥିବା ବେଳେ ଘରପାଖରୁ ୩କି.ମି ଦୁର ଖୁନ୍ଦଳ ଗ୍ରାମକୁ ସକାଳ ୧୦ଟାରୁ ୧୧ଟା ଟିଉସନ୍ ହେବାକୁ ଯାଇ ଫେରୁଥିବା ବେଳେ ନିକଟସ୍ଥ ଏକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି।
ଦୁଇ ଛାତ୍ରଙ୍କୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଯଥାଶୀଘ୍ର ନିକଟସ୍ଥ ଏରସମା ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଯେ, ଟିଉସନ୍ ହେବାକୁ ଯାଇଥିବା ଉକ୍ତ ଦୁଇଜଣ ଛାତ୍ର ପୋଖରୀରେ କିପରି ବୁଡିଗଲେ ଓ ପୋଖରୀରେ ବୁଡିଗଲା ବେଳେ କ’ଣ କେହି ଦେଖିପାରିଲେ ନାହିଁ ? ବୋଲି ଏପରି ବିଭିନ୍ନ କଥା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।