Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଫା ଗଦି ଭିତରେ ସାପ, କେମିତି ଭିତରେ ସାପ ପଶିଲା ସେ ନେଇ ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ
ଆଜିର ଖବର

ସୋଫା ଗଦି ଭିତରେ ସାପ, କେମିତି ଭିତରେ ସାପ ପଶିଲା ସେ ନେଇ ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ

August 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଘର ସୋଫା ଗଦି ଭିତରେ ସାପ, କେମିତି ଭିତରେ ସେ ସାପ ପଶିଲା ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ରାଜଧାନୀର ୟୁନିଟ ୬ ସ୍ଥିତ ଡାକ୍ତର ମାନଙ୍କ ରହିବା ପାଇଁ ଥିବା କ୍ବାର୍ଟରର ଏକ ସୋଫା ଭିତରୁ ବାହାରିଲା ଏକ ସାପ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏକ ମୂଷାକୁ ଖାଇବା ପାଇଁ ସାପଟି ଘର ଭିତରକୁ ଆସି ସୋଫା ଭିତରେ ପଶିଯାଇଥିଲା। ହେଲେ କେହି ବି ଜାଣିପାରିଲେ ନାହିଁ। ସାପଟି ସୋଫା ଭିତରେ କେମିତି ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଘଟଣାଟି ଥିଲା ଏହିପରି। ସର୍ଜରୀ ସ୍ପେସିଆଲିଷ୍ଟ ଡାକ୍ତର ଭଗବାନ ସାହୁ ତାଙ୍କ ସୋଫା ରେ ପଡିଥିବା ଗଦି ତଳେ କଣ ଗୋଟିଏ ଚଳପ୍ରଚଳ କରୁଥିବା ଦେଖିଲେ। ମୂଷା ଭାବି ତାଙ୍କର ଘରୋଇ ସହାୟକ ବାଡ଼ିରେ ୨-୩ ପାହାର ସୋଫା ଉପରେ କଷି ଦେଲେ। ଭାବିଥିଲେ ଯେ ତଳ ପଟୁ କପଡା କୁ କାଟି ଉପର ପଟେ ଯାଇ ମୂଷା ଟି ପହଞ୍ଚିଲାଣି। ତେବେ ଉପରୁ ହାତ ମାରିବା ପରେ କପଡା ତଳେ କଣ ଗୋଟେ ସଲ ସଲ ହେବାରୁ ସନ୍ଦେହ କରି ଡାକ୍ତର ସାହୁ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲିଙ୍କ ଙ୍କୁ ଫୋନ କଲେ।

ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣା ସ୍ଥଳରେ ପହଞ୍ଚି, ସୋଫା ଟିକୁ ଅଳ୍ପ ଟିକେ କାଟି ତା ଭିତରେ କଣ ଅଛି ଦେଖିବା ପାଇଁ ଅନୁମତି ମାଗିଲେ । ଛୁରୀ ରେ ଅଳ୍ପ କାଟି ଭିତରକୁ ଦେଖିଲା ପରେ ଅରୁଣ ଏକ ସାପ ର ଦେହ କୁ ସ୍ପଷ୍ଟ ଦେଖି ପାରିଲେ । ସୋଫା କୁ ଆଉ ଟିକେ ଚିରି ସ୍ନେକ ହୁକ ସାହାଯ୍ୟରେ ସାପଟିକୁ ବାହାରକୁ ଧୀରେ ଧୀରେ ଭିଡି ଆଣିବା ପରେ ଏକ ୫ ଫୁଟ ଲମ୍ବାର ଢ଼ମଣା ସାପ ର ମୃତ ଦେହ ବାହାରିଥିଲା। ମୂଷା ଭାବିକି ଯେଉଁ ପାହାର ଆଗରୁ ବସିଥିଲା, ସେଇ ପାହାର ଦ୍ୱାରା ହିଁ ସାପ ଟିର ମୃତ୍ୟୁ ହୋଇଯାଇଥିଲା।

ତେବେ ଏଇ ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟି ଥିଲା । କେମିତି ସେ ଜାଗାକୁ ସାପ ଟି ଗଲା ପ୍ରଶ୍ନ ର ଉତ୍ତର ଦେଇ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଆଗରୁ ସେଇ ସୋଫା ଟିକି ତଳ ପଟୁ ମୂଷା ନିଶ୍ଚୟ କାଟିଛି । ମୂଷା ଯେଉଁ ବାଟ ଟି ଫିଟେଇଥିଲା ସେଇ ବାଟେ ସାପ ଟି ପଶିଥିଲା ନିଶ୍ଚୟ । ତେବେ ମୂଷା ଖସି ପଳେଇବାକୁ ସକ୍ଷମ ହେଇଥିବା ବେଳେ ସାପ ଟି ଦୁର୍ଭାଗ୍ୟବଶତଃ ମୃତ୍ୟୁ ବରଣ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026
Latest News

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.