ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଚୁଣୀ ମହାବିଦ୍ୟାଳୟ ଗସ୍ତ: କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ନେଇ ଦେଲେ ସୂଚନା

Published: Aug 17, 2020, 12:37 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ଅପରାହ୍ନରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରଥମ ଥର ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଉକ୍ତ ଗସ୍ତରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ମଧ୍ୟ ସାମିଲ ଥିଲେ। ସର୍ବପ୍ରଥମେ ଜିଲ୍ଲାପାଳ ନାଚୁଣୀ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଏକ ୨୦୦-୨୫୦ ବେଡ଼ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଭିତ୍ତିଭୂମିର ତଦାରଖ କରିଥିଲେ। ଉକ୍ତ ସେଣ୍ଟରଟି ସପ୍ତାହରୁ ଦଶ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହାପରେ  ଜିଲ୍ଲାପାଳ ଚିଲିକା ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଚିଲିକା ନିର୍ବାଚନମଣ୍ଡଳୀରେ ବଢୁଥିବା କରୋନାର ପ୍ରକୋପକୁ କିପରି ବ୍ରେକ ଲଗାଯିବ ସେ ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିବା ସହ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ। ଏହା ସହ କିଛି ଲକ୍ଷଣ ନଥିବା କୋଭିଡ ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଯେଉଁମାନଙ୍କ ଘରେ ସୁବିଧା ଥିବ  ସେମାନଙ୍କୁ ହୋମ ଆଇସୋଲେସନରେ ରହିବାପାଇଁ ସଚେତନ କରେଇବା ସହ କୋଭିଡରୁ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତି ମାନଙ୍କୁ ନିଜର ପ୍ଲାଜମା ଡୋନେସନ ପାଇଁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ଚିଲିକା ବିଡ଼ିଓ, ଚିଲିକା ତହସିଲଦାର, ବାଣପୁର ବିଡ଼ିଓ, ବାଣପୁର ତହସିଲଦାର, ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିଲେ ।

Related posts