ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 198 ପଜିଟିଭ୍ ଚିହ୍ନଟ ହୋଇଛି । ଚିହ୍ନଟ 198 ଜଣଙ୍କ ମଧ୍ୟରୁ 104 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାସ୍ଥଳେ 94 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 104 ଜଣଙ୍କ ମଧ୍ୟରେ ବରଗଡ ବ୍ରିଟ୍ କଲୋନୀରୁ 3 ଜଣ, ପାେଲିସ୍ କଲୋନୀରୁ ଚାରି ଜଣ, ଚନ୍ଦ୍ରେଶଖରପୁର ହାଉସିଂ ବୋର୍ଡ କଲୋନୀରୁ ଚାରି ଜଣ, ଏକ ସିକ୍ୟୁରିଟି ଏଜେନ୍ସିର 7 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସାଲିଆ ସାହିରୁ ଛଅଜଣ ଚିହ୍ନଟ ହୋଇଛନ୍ତି । ଚିନ୍ତାମଣିଶ୍ବରରୁ ଛଅ ଜଣ, ଝାରପଡା ଜଗନ୍ନାଥ କଲୋନୀରୁ 3 ଜଣ, ନୟାପଲ୍ଲୀର ଏକ ହୋଟେଲରୁ 2 ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜଧାନୀରୁ 94 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାବେଳେ ଶିଖରଚଣ୍ଡୀ ନଗରରୁ 7ଜଣ, ଚନ୍ଦ୍ରଶେଖପୁର ରେଲ୍ ବିହାରରୁ 3 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ 2 ଜଣ, ପାତ୍ରପଡାରୁ 3 ଜଣ, ସାଲିଆ ସାହିରୁ 2 ଜଣ, ଗଜପତି ନଗରରୁ 3 ଜଣ, ସତ୍ୟବିହାରରୁ 3 ଜଣ, ବିଜେବି ନଗରରୁ ହାଉସିଂ ବୋର୍ଡ କଲୋନୀରୁ 2ଜଣ ଚିହ୍ନଟ ହୋଇଛନ୍ତି ।
ରାଜଧାନୀରେ 132 ଜଣ ସୁସ୍ଥ ହୋଇଥିବାବେଳେ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 487ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 3ହଜାର 567ରେ ପହଞ୍ଚିଥିବାେବଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 1 ହଜାର 887ଜଣ ଚିକିତ୍ସାଧୀନ ରହିଛନ୍ତି ।