
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଉଚ୍ଚତର ଗବେଷଣା କରି ପିଏଚ୍ଡି ଡିଗ୍ରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମେହୁଲ ଚୋକ୍ସୀ। ‘ଲିଡରସିପ୍ ଅଣ୍ଡର ଗଭର୍ଣ୍ଣମେଣ୍ଟ- କେସ୍ ଷ୍ଟଡି ଅଫ୍ ନରେନ୍ଦ୍ର ମୋଦି’ ଶୀର୍ଷକରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭଟି ପରୀକ୍ଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଏଥିପାଇଁ ମେହୁଲ ଚୋକ୍ସୀଙ୍କୁ ମିଳିଛି ଡକ୍ଟରେଟ ଉପାଧି। ତେବେ, ଡକ୍ଟରେ୍ଟ୍ ପାଇଥିବା ମେହୁଲ୍ ଚୋକସୀ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସୀ ନୁହଁନ୍ତି ବରଂ ଜଣେ ମେଧାବୀ ଛାତ୍ର। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର (ଏମ୍ଏ) ଡିଗ୍ରି ହାସଲ କରିବା ପରେ ସେ ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି ଉପାଧି ପାଇଁ ଉଚ୍ଚତର ଗବେଷଣା କରୁଥିଲେ।୨୦୧୦ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ଏହି ଗବେଷଣା ଆରମ୍ଭ କରିଥିଲେ।