କୋଭିଡ19 ଟିକା : ଘରୋଇ ଟିକା ଉତ୍ପାଦନକାରୀଙ୍କୁ ଭେଟିଲେ ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ

Published: Aug 18, 2020, 8:30 am IST

ନୂଆଦିଲ୍ଲୀ, ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ ଆଜି ଅଗ୍ରଣୀ ଘରୋଇ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେ; ଭାରତ ବାୟୋଟେକ, ହାଇଦ୍ରାବାଦ; ଜାଇଡସ କାଡିଲା, ଅହମ୍ମଦାବାଦ; ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ପୁଣେ; ଏବଂ ବାୟୋଲୋଜିକାଲ ଇ, ହାଇଦ୍ରାବାଦଙ୍କୁ ଭେଟିଛନ୍ତି । ଏହି ବୈଠକ ଅତି ଫଳପ୍ରଦ ଥିଲା ।

ବୈଠକରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ଵଦେଶୀ ଉତ୍ପାଦନକାରୀଙ୍କ ଦ୍ଵାରା ବିକଶିତ ବିଭିନ୍ନ ଟିକାର ବର୍ତ୍ତମାନ ସ୍ଥିତି ତଥା କେନ୍ଦ୍ର ସରକାରଙ୍କ ଠାରୁ ସେମାନେ କଣ ଆଶା କରୁଛନ୍ତି ସେ ବିଷୟରେ ସୂଚନା ପାଇଥିଲେ ।

Related posts