ଆଜି ଜଗତସିଂହପୁର ଜିଲ୍ଲାରୁ ୨୬ କରୋନା ପଜିଟିଭ୍ ଚିହ୍ନଟ

Published: Aug 18, 2020, 5:58 pm IST

ରମେଶ ମହାନ୍ତି 

ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୯ଜଣ, କୁଜଙ୍ଗ ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ଜଣେ, ରଘୁନାଥପୁର ବ୍ଲକରୁ ୪ଜଣ, ତିର୍ତ୍ତୋଲ ବ୍ଲକରୁ ୫ଜଣ ଓ ପାରାଦ୍ବୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୧୧୦୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୨୫୭ଜଣ ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts