ଆଜି ରାଜ୍ୟରେ ଆରୋଗ୍ୟ ଲାଭ କଲେ ୧୫୩୫ ଜଣ କରୋନା ଆକ୍ରାନ୍ତ

Published: Aug 18, 2020, 8:36 pm IST

ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୮୭, ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ବରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରୁସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୭, କେଉଁଝରରୁ ୧୭, ଢେଙ୍କାନାଳରୁ ୧୫, ରାୟଗଡା ରୁ ୧୪, ନବରଙ୍ଗପୁରରୁ ୧୩, ବୌଦ୍ଧ ଓ ବଲାଙ୍ଗୀରିରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି  ଜଗତସିଂହପୁରରୁ ୬, ନୂଆପଡାରୁ ୨, ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୫,୩୧୪ ରେ ପହଞ୍ଚିଛି।

Related posts