ଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ

Published: Aug 19, 2020, 10:53 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 64 ହଜାର 531 ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274ରେ ପହଞ୍ଚିଛି । ଏହା ସହିତ ବିଗତ 24 ଘଣ୍ଟା ମଧ୍ୟରେ 1092 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା 52ହଜାର 889ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274 ରହିଥିବା ବେଳେ ଏହା ମଧ୍ୟରୁ 20 ଲକ୍ଷ 37 ହଜାର 870 ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଏବେ ସୁଦ୍ଧା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76 ହଜାର 514 ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ମୃତ୍ୟୁ ହାର 1.92 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 20 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Related posts