ଆଜି ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍‌ ଚିହ୍ନଟ

Published: Aug 19, 2020, 6:04 pm IST

ଭୁବନେଶ୍ବର : ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 370 ପଜିଟିଭ୍‌ରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 204 ଜଣ ଓ 166 ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 204 ପଜିଟିଭ୍‌ ମଧ୍ୟରୁ ବାଣୀବିହାର ପଥର ବନ୍ଧ ବସ୍ତିରୁ 14ଜଣ, ଡୁମୁଡୁମା ବରାବରି ସାହିରୁ 5 ଜଣ, ଗଜପତି ନଗରରୁ 4 ଜଣ, ନିଳାଦ୍ରୀ ବିହାର,ପଣ୍ଡା ପାର୍କ ନିକଟରୁ 5ଜଣ, ନିଳାଦ୍ରିବିହାର ରିକ୍ସା କଲୋନୀରୁ 6 ଜଣ, ଘରୋଇ ହସ୍ପିଟାଲରୁ 5 ଜଣ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତିରୁ 3 ଜଣ, ଚନ୍ଦ୍ରଶେଖର ପୁର ସେଭେନ୍‌ଥ ବାଟାଲିୟନ୍‌ରୁ 4 ଜଣ, ବେହେରା ସାହିରୁ 4ଜଣ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ଚିହ୍ନଟ 166ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଶହୀଦ ନଗରରୁ 10 ଜଣ, ପଟିଆରୁ 5 ଜଣ, ୟୁନିଟ୍‌ -9ରୁ 5ଜଣ, ପଟିଆ, ଶିଖରଚଣ୍ଡୀ ବିହାରରୁ 5ଜଣ, ଜଗନ୍ନାଥ ନଗର, ଝାରପଡାରୁ 3 ଜଣ, ଶୈଳଶ୍ରୀବିହାରରୁ 4 ଜଣ,  ସତ୍ୟନଗରରୁ 3 ଜଣ, 3ଜଣ ବ୍ୟାଙ୍କକର୍ମଚାରୀ ରହିଥିବାବେଳେ ବାଲିଆପଟା ବସ୍ତିରୁ 7ଜଣ, ବାଣୀବିହାରର ପଥରବନ୍ଧରୁ 3ଜଣ, ରିଜର୍ଭ ପୋଲିସ୍‌ କଲୋନୀରୁ 2ଜଣ, ସତ୍ୟନଗରରୁ 3 ଜଣ ରହିଛନ୍ତି ।

Image

ଆଜି 150 ଜଣ ସୁସ୍ଥ ହୋଇଛନ୍ତି । ନୂତନ ପଜିଟିଭ୍‌ଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 6 ହଜାର 77କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 3 ହଜାର 840ରେ ପହଞ୍ଚିଛି । ସେହିପରି ରାଜଧାନୀରେ 30ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 2 ହଜାର 201 ଜଣ ସକ୍ରିୟ ମାମଲା ରହିଛନ୍ତି ।

Image

 

Related posts