ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ

Published: Aug 19, 2020, 8:57 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୧୨୭, କଟକରୁ ୧୧୦, ପୁରୀରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮, ବାଲେଶ୍ବରରୁ ୬୬, ନୟାଗଡରୁ ୬୨, ବରଗଡରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୩, ଭଦ୍ରକରୁ ୨୨, ମୟୂରଭଞ୍ଜରୁ ୨୧, ଝାରସୁଗୁଡାରୁ ୨୦, ରାୟଗଡାରୁ ୧୮, କେଉଁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୨, ସୋନପୁରରୁ ୨ ଏବଂ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୬,୯୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related posts