ଦୁଇଦିନ ଧରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା, 14ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି

Published: Aug 20, 2020, 11:18 am IST

ଭୁବନେଶ୍ବର, ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ବର୍ତ୍ତମାନ ଉପକୂଳ ଓଡିଶାରେ ବର୍ଷାର ଭୟ ନାହିଁ। ହେଲେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ 14 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଦିଆଯାଇଛି। ଏହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ଅନୁଗୁଳ। ଏହି ଜିଲ୍ଲାଗୁଡିକରେ ସତର୍କ ରହିବା ପାଇଁ ଚେତାଇ ଦିଆଯାଇଛି।

ସେହିପରି ୟେଲୋ ୱାର୍ଣ୍ଣି ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଂଜ, କେନ୍ଦ୍ରାପଡି ଏବଂ ବୈଦ୍ଧ ।

 

Related posts