ନାବାଳକ ସହ ୩ ବାଲିମାଫିଆ ଗିରଫ: ଖଣ୍ଡା, ବୋମା ଜବତ

Published: Aug 20, 2020, 1:27 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: କେ. ନୂଆଗାଁ ଥାନା ପକ୍ଷରୁ ଜଣେ ନାବାଳକ ସହ ୨ ଜଣ ବାଲିମାଫିଆଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଏକ ଜୀବନ୍ତ ବୋମା, ମୋବାଇଲ୍ ଏବଂ ନଗର ୨୮୦୦ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼କେଲଝୁରି ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁ ଏବଂ ଚିନ୍ମୟ ପ୍ରଧାନ । ଅନ୍ୟ ଜଣେ ନାବାଳକ । ସୂଚନାଯୋଗ୍ୟ ଏହି ସମସ୍ତ ଅଭିଯୁକ୍ତ ଗୋଟିଏ ଗ୍ୟାଙ୍ଗର । ଏଥିପୂର୍ବରୁ ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟକୁ ପୋଲିସ୍ ଗିରଫ ମଧ୍ୟ କରିଛି । ଏ ସମସ୍ତେ ଏକ ଗ୍ୟାଙ୍ଗ କରି ପ୍ରତିଦିନ ଅଂଚଳରୁ ଟ୍ରକଟ୍ରକ ବାଲି ବେଆଇନ ଭାବେ ଡ଼ରାଇ ଧମକାଇ ବାହାରକୁ ପଠାଇଥାନ୍ତି । ଫଳରେ ସରକାର ବହୁ ଟଙ୍କା ରାଜସ୍ୱ ହରାଉଥିଲା ।

Related posts