Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରୁ 10ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 390 କୁ ବୃଦ୍ଧି
ଆଜିର ଖବର

ଆଜି ରାଜ୍ୟରୁ 10ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 390 କୁ ବୃଦ୍ଧି

August 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରୁ 10ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ2 ଜଣ ରହିଥବାବେଳେ ଅନୁଗୁଳ, କୋରାପୁଟ, ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।

ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2ଜଣ ମହିଳା ଓ 2 ଜଣ ପୁରୁଷ ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42 ବର୍ଷୀୟ ପୁରୁଷ , 50 ବର୍ଷୀୟ ମହିଳା, ସତୁରୀ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 59 ବର୍ଷୀୟ ମହିଳା ରହିଛନ୍ତି ।

ସେହିପରି ଖୋର୍ଦ୍ଧାଜିଲ୍ଲା ଭୁବନେଶ୍ବରରୁ 2 ମୃତକଙ୍କ ପୁରୁଷହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 70 ଓ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନୁଗୁଳୁର 55 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ କୋରାପୁଟର ଆକ୍ରାନ୍ତ ଜଣକ 35 ବର୍ଷୀୟ ମହିଳା । ସେହିପରି ନୟାଗଡ ଅଞ୍ଚଳର 61ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସୋନପୁରରୁ ମୃତ୍ୟୁ ଆକ୍ରାନ୍ତଙ୍କ ବୟସ 76 ବୋଲି ସୂଚନା ରହିଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 390କୁ ବୃଦ୍ଧି  ହୋଇଛି । ଗଞ୍ଜାମ ଜିଲ୍ଲାରେ 170କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 54କୁ ବୃଦ୍ଧି ହୋଇଛି । ସେହିପରି କୋରାପୁଟରେ 4ଜଣଙ୍କ ମୃତ୍ୟୁହୋଇଥିବାବେଳେ ଅନୁଗୁଳରେ ମଧ୍ୟ 4 ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡରେ କରୋନା ଜନିତ ମୃତ୍ୟୁସଂଖ୍ୟା 10କୁ ବୃଦ୍ଧି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026
Latest News

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026

ସରକାରଙ୍କ ୨ ବର୍ଷ ପୂର୍ତ୍ତି: ମାଗଣା ଚାଉଳ, ଦେୟମୁକ୍ତ ଶିକ୍ଷା ଓ ଭତ୍ତା ନେଇ ବଡ଼ ଘୋଷଣା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.