Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍ଧାର ହେଲେ ବାଣପୁରବ୍ଲକର ନିଖୋଜ ବିଜେପି ନେତା : ଭେଟିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ
ଆଜିର ଖବର

ଉଦ୍ଧାର ହେଲେ ବାଣପୁରବ୍ଲକର ନିଖୋଜ ବିଜେପି ନେତା : ଭେଟିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

August 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ନିଖୋଜ ବିଜେପି ନେତା ଶତ୍ରୁଘ୍ନ ସାହୁ ଙ୍କ ଆଜି ପତ୍ତା ମିଳିଛି । ତାଙ୍କୁ ସିଂହାସିନୀ ଜଙ୍ଗଲ ନିକଟରୁ ଆଜି ଉଦ୍ଧାର କରିଛି ବାଣପୁର ପୋଲିସ । ଶତ୍ରୁଘ୍ନ ଦେଇଥିବା ବୟାନ ଅନୁଯାୟୀ ଦୁଇ ଦିନ ତଳେ ରାତିରେ ପାଖାପାଖି ଦୁଇଗୋଟି ମଟରସାଇକେଲରେ ଚାରି ଜଣ ଦୁର୍ବୁତ୍ତ ଶତ୍ରୁଘ୍ନ ଙ୍କ ଦୋକାନ ଲୁଟ କରି ତାଙ୍କ ଆଖିରେ କଳା ପଟି ଗୁଡ଼ାଇ, ହାତ ବାନ୍ଧି ମଟରସାଇକେଲ ରେ ବସାଇ ଅପହରଣ କରି ଗଞ୍ଜାମ ଜିଲ୍ଲାର ଏକ ପାହାଡ଼ରେ ନେଇ ଲୁଚାଇ ରଖିଥିଲେ । ସେଠାରେ ଦୁର୍ବୁତ୍ତ ମାନେ ଦୁଇ ଦିନ ଧରି ଶତ୍ରୁଘ୍ନ ଙ୍କୁ ନାନା ନିର୍ଯ୍ୟାତନା ଦେବା ସହ ମୁକୁଳିବା ପାଇଁ ବାରମ୍ବାର ଦଶ ଲକ୍ଷ ଟଙ୍କା ମାଗିଥିଲେ । ଶତ୍ରୁଘ୍ନ ପ୍ରତିଥର ଏହି ଦାବିରେ ଅମଙ୍ଗ ହେବାରୁ ଆଜି ସକାଳ ପ୍ରାୟ ଦଶ ଘଟିକା ସମୟରେ ଡକାୟତ ମାନେ ତାଙ୍କ ହାତ ବାନ୍ଧି, ଆଖିରେ ପଟି ବାନ୍ଧି ସେଇ ପାହାଡ଼ ରେ ଛାଡି ଚାଲିଯାଇଥିଲେ । ଶତ୍ରୁଘ୍ନ କୌଶଳ କ୍ରମେ ସେଠାରୁ ଖସି ଆସି ଜଙ୍ଗଲ ବାଟେ ଚାଲି ଚାଲି ସିଂହାସିନୀ ପାହାଡ ରାଇପଡା ଗ୍ରାମ ମେନ ରୋଡ଼ରେ ପହଞ୍ଚି ଏକ ବାଇକ ଚାଳକଙ୍କ ମୋବଇଲ ରୁ ତାଙ୍କ ପୁତ୍ରଙ୍କୁ ଏହି ଖବର ଦେଇଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ବାଣପୁର ପୋଲିସ ଘଟଣାସ୍ଥଳରେ ଯାଇ ତାଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନା ରେ ମେଡିକାଲ ଚେକଅପ ପାଇଁ ନେଇଥିଲେ। ଉକ୍ତ ଉଦ୍ଧାର ଟିମ ରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ବାଣପୁର ଥାନା ଏସ.ଆଇ ପ୍ରସନ୍ନ ଜେନା, ସି.ଏସ.ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଓଡ୍ରାଫ ଟିମ, ସ୍ପେଶାଲ ସ୍କ୍ୱାର୍ଡ ଆଦି ସାମିଲ ଥିଲେ ।

ଗତ ଦୁଇ ଦିନ ହେଲା ବାଣପୁର ପୋଲିସ ଉକ୍ତ ଘଟଣାର ଅନୁସନ୍ଧାନ ରେ ଲାଗିପଡ଼ିଥିଲା । ବାଣପୁର ପୋଲିସ ସମସ୍ତ ଅପରାଧୀମାନଙ୍କୁ ଖୁବ ଶୀଘ୍ର ଧରିବ ବୋଲି ଏସ.ଡ଼ି.ପି.ଓ ସୂଚନା ଦେଇଛନ୍ତି ଏବଂ ଏହାପରେ ହିଁ ପ୍ରକୃତ ଘଟଣା ଜଣାପଡିବ କି ଅପହରଣ ପଛେ ରାଜନୈତିକ ଶତ୍ରୁତା ଥିଲା ନା ଅନ୍ୟ କିଛି ।

ଅପରପକ୍ଷେ ଶତ୍ରୁଘ୍ନ ଏବଂ ତାଙ୍କ ପରିବାର କୁ ଆଜି ଚିଲିକାର ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ ଏବଂ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ଭେଟି ସାନ୍ତ୍ୱନା ଦେଇଥିଲେ। ସମସ୍ତ ଅପରାଧୀମାନଙ୍କୁ ଯଥା ଶୀଘ୍ର ଧରିବା ପାଇଁ ଗତକାଲିଠାରୁ ଡ଼ି.ଆଇ.ଜି, ଏସ.ପି ଏବଂ ଏସ.ଡ଼ି.ପି.ଓ ଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରେ ଅଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026

ଏକତା ନଗରରେ ସିସିଆଇସି ପାଭିଲିୟନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 1, 2026

‘ଅର୍ଣ୍ଣବ’ ପ୍ରଭାବରେ ବ୍ୟାହତ ବିଦ୍ୟୁତ୍ ସେବାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

November 1, 2026

ଆଜି ନଭେମ୍ବର ୧ ତାରିଖରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

November 1, 2026
Latest News

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026

ଏକତା ନଗରରେ ସିସିଆଇସି ପାଭିଲିୟନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 1, 2026

‘ଅର୍ଣ୍ଣବ’ ପ୍ରଭାବରେ ବ୍ୟାହତ ବିଦ୍ୟୁତ୍ ସେବାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

November 1, 2026

ଆଜି ନଭେମ୍ବର ୧ ତାରିଖରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

November 1, 2026

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.