Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନସ ଜାଲରେ ଦୁଇ ଅଧିକାରୀ
ଆଜିର ଖବର

ଭିଜିଲାନସ ଜାଲରେ ଦୁଇ ଅଧିକାରୀ

August 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍‌ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନସ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିବା ପରେ ଅରୁପଙ୍କୁ ଗିରଫ କରାଯାଇଥିଲା। ଭିଜିଲାନସ କେସ ନଂ ୧୦/୨୦୨୦ରେ ମାମଲା ରୁଜୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଦ୍ୱିତୀୟ ଘଟଣାକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ସିମନାବାଡ଼ି ଗ୍ରାମର ରଂଜନ ଦିଗାଲ ମନରେଗା କାର୍ଯ୍ୟର ୧ ଲକ୍ଷ ୬୦ ହଜାର ଟଙ୍କା ବିଲ୍ ପାସ କରିବା ପାଇଁ ଗ୍ରାମସେବକ ଦିଲିପ କୁମାର ସାହୁ ତାଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦ ହଜାର ହାତରେ ଦେବେ ଏବଂ ଅନ୍ୟ ୧୨ ହଜାର ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଏନେଇ ରଂଜନ ଦିଗାଲ ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି କ୍ୟାମିକେଲ ବୋଳା ଟଙ୍କା ଧରି ରଂଜନ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ଏସ୍‌ବିଆଇ ଆକାଉଣ୍ଟକୁ ମଧ୍ୟ ତଦନ୍ତ କରିଥିଲେ। ତାଙ୍କ କ୍ୱାଟର ଏବଂ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏନେଇ ଭିଜିଲାନସ କେସ ନଂ ୧୧/୨୦୨୦ରେ ତାଙ୍କୁ ଗିରଫ କରାଯାଇଛି।

ଗିରଫ ବ୍ରହ୍ମପୁର ଭିଜିଲାନସ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.