ଚୌକିଦାର ଅଭିଯାନକୁ ଟାର୍ଗେଟ୍‌ କଲେ ମାୟାବତୀ

Published: Mar 19, 2019, 12:41 pm IST

ଭାରତୀୟ ଜନତା ପାର୍ଟି ତରଫରୁ ‘ମୁଁ ବି ଚୌକିଦାର’ ନିର୍ବାଚନୀ ଅଭିଯାନ କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଟାର୍ଗେଟ୍‌ କରିଛନ୍ତି। ମାୟାବତୀ ଏକ ଟୁଇଟ୍‌ କରି କହିଛନ୍ତି ଯେ ନରେନ୍ଦ୍ର ମୋଦି ଗତ ଥର ନିର୍ବାଚନରେ ‘ଚାୟେବାଲା’ ଥିଲେ, ଏବେ ‘ଚୌକିଦାର’ ହୋଇଗଲେ। ବିଜେପିର ଶାସନରେ ପୂରା ଅଜବ ପ୍ରକାରର ପରିବର୍ତ୍ତନ ହୋଇଛି। ବିଜେପିର ‘ମୁଁ ବି ଚୌକିଦାର’ର କ୍ୟାମ୍ପେନ୍‌ ଲଞ୍ଚ ହେବା ପରେ ମୋଦିଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ନିଜ ନିଜ ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି। ଏହାକୁ ନେଇ ମାୟାବତୀ ବିଜେପିକୁ କଟାକ୍ଷ କରିଛନ୍ତି। ମାୟାବତୀଙ୍କ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ଅଭିଯାନକୁ ନେଇ କଟାକ୍ଷ କରିସାରିଛନ୍ତି। ରାଫେଲ୍‌ ଦୁର୍ନୀତିକୁ ନେଇ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଉଥିବାବେଳେ ଏହି ଚୌକିଦାରକୁ ପ୍ରଧାନମନ୍ତ୍ରୀ ମୋଦି ଚଳିତ ନିର୍ବାଚନରେ ଆୟୁଧ କରିଛନ୍ତି। ଏହି ଅଭିଯାନକୁ ନେଇ ବିରୋଧୀ ଶାସକଙ୍କୁ ଉପହାସ କରିବା ସହିତ ଟାର୍ଗେଟ୍‌ ମଧ୍ୟ କରୁଛି।

Related posts