ମହିଳାଙ୍କ ପେଟରୁ ବାହାରିଲା 50 କେଜି ଓଜନର ଟ୍ୟୁମର, ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ କଥା

Published: Aug 22, 2020, 4:04 pm IST

ନୂଆଦିଲ୍ଲୀ, ଜଣେ ମହିଳାଙ୍କ ପେଟରୁ ବାହାରିଲା 50 କେଜି ଓଜନର ଏକ ଟ୍ୟୁମର। ଏହି ଘଟଣାଟି ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତକଥା। ଘଟଣଟି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ହସପିଟାଲରେ ଘଟିଛି। ପ୍ରାୟ 10 ଜଣିଆ ଡାକ୍ତରୀ ଦଳ ଜଣେ ମହିଳାଙ୍କ ପେଟକୁ ଅପରେସନ କରି ଏହି ବାରଟକାୟ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଏହି ଡାକ୍ତରୀ ଦଳକୁ ଲାଗିଥିଲା ପ୍ରାୟ ସାଢେ ତିନିଘଣ୍ଟା ସମୟ। ବର୍ତ୍ତମାନ କରୋନା ପରିସ୍ଥିତିରେ ତାଙ୍କ ପେଟକୁ ଓପନ ସର୍ଜରୀ କରିବା ଏକ ବଡ ସଫଳତା ବୋଲି କୁହାଯାଉଛି।

ନୂଆଦିଲ୍ଲୀରେ ରହୁଥିବା ଜଣେ ମହିଳା ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ସେମାନେ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଏହି ଟ୍ୟୁମର ଥିବାର ଜାଣିବାକୁ ପାଇଲେ। ତେବେ ସେହି ଟ୍ୟୁମର ଯେଉଁ ଆକାରର ପେଟ ଭିତରେ ଥିଲା ସେଥିରେ ଲାପ୍ରୋସ୍କୋପିକ ସର୍ଜରୀ କରିବା ସମ୍ଭବ ନ ଥିଲା। ଫଳରେ ପ୍ରାୟ ସାଢେ ତିନି ଘଣ୍ଚା ଅପରେସନ କରିବା ପରେ ଏହି ଟ୍ୟୁମର ବାହାରି ଥିଲା। ଅପରେସନ ପୂର୍ବରୁ ମହିଳାଙ୍କ ଓଜନ 106 କେଜି ଥିଲା। ହେଲେ ଅପରେସନ ପରେ ମହିଳାଙ୍କ ଓଜନ 56 କେଜିକୁ ଖସିଆସିଲା।

Related posts