Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା
ଆଜିର ଖବର

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

August 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ ବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ। ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଗବେଷକ।

କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ସୋଆର ସେଂଟର ଫର୍‌ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ ଗବେଷଣା ଆରମ୍ଭ କରାଯାଇଛି।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷ ନିମନ୍ତେ ସୋଆର ସେଂଟର୍ ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଥିବା ଓ ଏ ଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଥିବା ବିଷୟରେ ବିଭାଗର ପ୍ରଫେସର ତଥା ପ୍ରୋଜେକ୍ଟ ଇନ୍‌ଭେଷ୍ଟିଗେଟର୍ ଡଃ ବାସୁଦେବ କର ସୂଚନା ଦେଇଛନ୍ତି।

ତୁଳସୀ ଚାଷ ଦ୍ୱାରା ବିଭିନ୍ନ ରୋଗର ନିରାକରଣ ପାଇଁ ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁ ଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଗବେଷଣା କରାଯାଉଛି ବୋଲି ସେ କହିଛନ୍ତି। ତୁଳସୀ ପତ୍ରକୁ ଚୋବାଇ କିମ୍ବା ଅଦା ରସ ଓ ମହୁ ସହ ମିଶାଇ ବା ଏହାକୁ ଶିଝାଇ ସେବନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏପରିକି ତୁଳସୀ ଗଛର ପ୍ରତ୍ୟେକ ଅଂଶକୁ ମଧ୍ୟ ନାନାଦି ଉପାୟରେ ଶରୀରର ହିତ ପାଇଁ ସେବନ କରାଯାଇଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ ଓ ବି’ ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍‌, ଜିଙ୍କ, ଲୌହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ।

ଏଥି ସହିତ କରୋନା ମହାମାରୀ ସମୟରେ ତୁଳସୀ ପତ୍ରରୁ କାଢ଼ା ପ୍ରସ୍ତୁତ କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ବୋଲି ମଧ୍ୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଏହି ଗବେଷଣା ବେଶ ଉପକାରୀ ହେବ ବୋଲି ପ୍ରଫେସର କର କହିଛନ୍ତି। କେବଳ କରୋନା ମହାମାରୀ ମୁକାବିଲା ନୁହେଁ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ନିମନ୍ତେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ପାଇଁ ମଧ୍ୟ ସୋଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଚାଷୀମାନେ କିପରି ପ୍ରତ୍ୟକ୍ଷ ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦିଆଯାଉଛି।

ଏ ନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି ଏବଂ ତୈଳ ଉତ୍ପାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି। ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓ ମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଂଚାୟତରେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଆରମ୍ଭ କରାଯାଇଛି ବୋଲି ଏହି ପ୍ରୋଜେକ୍ଟର ମୁଖ୍ୟ ଡଃ କର ସୂଚନା ଦେଇଛନ୍ତି। ତୁଳସୀର ଔଷଧୀୟ ଗୁଣ, ଏହାର ମାନବୃଦ୍ଧିକରଣ ଏବଂ ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ହିଁ ଏହି ପ୍ରୋଜେକ୍ଟର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଏହି ପ୍ରୋଜେକ୍ଟର କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର କର ଗବେଷଣାରତ ଟିମ୍‌ର ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି କାର୍ଯ୍ୟ ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କ ସହଯୋଗିତାରେ କରାଯାଉଛି। ଚାଷୀମାନଙ୍କ ଦ୍ୱାରା ପ୍ରଥମ ଉତ୍ପାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଥିବା ଡଃ କର ସୂଚନା ଦେଇଛନ୍ତି।

ଜୈବିକ ଚାଷ ତୁଳସୀ ପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ନବରଙ୍ଗପୁରରେ ହତ୍ୟା ମାମଲା: ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡ

June 25, 2026

ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ୫ ମୃତ, ୩ ଅଭିଯୁକ୍ତ ଗିରଫ

June 25, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୨ତମ ପ୍ରଗତି ବୈଠକ ଅନୁଷ୍ଠିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ରାଶିଫଳ: ଆଜି ଜୁନ୍ ୨୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟବସାୟ ବୃଦ୍ଧି ଘଟିବ, ଧନ ଆସିବ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ଏଣିକି ବିବାହ କାର୍ଡରେ ଜନ୍ମ ତାରିଖ ବାଧ୍ୟତାମୂଳକ !

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.