ଆଜି ଚିହ୍ନଟ ହୋଇଥିବା ୨ହଜାର ୯୯୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ

Published: Aug 23, 2020, 11:36 am IST

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି।  

ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୭୧ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୮, ପୁରୀରୁ ୧୫୬, ନୟାଗଡରୁ ୧୫୩, ରାୟଗଡାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ବରରୁ ୧୧୫, ସମ୍ବଲପୁରରୁ ୧୦୪, ବରଗଡରୁ ୯୮, କୋରାପୁଟରୁ ୯୫, ଭଦ୍ରକରୁ ୯୨, ମାଲକାନଗିରିରୁ ୮୫, ସୁନ୍ଦରଗଡରୁ ୭୦, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୩, ବଲାଙ୍ଗିରିରୁ ୬୨, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୬, ଝାରସୁଗୁଡା, ଗଜପତି ଓ କେନ୍ଦ୍ରାପଡାରୁ ୪୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୪୦, କଳାହାଣ୍ଡିରୁ ୩୬, ଅନୁଗୁଳରୁ ୨୧, ବୌଦ୍ଧ ଏବଂ ଦେବଗଡରୁ ୯ ଜଣ ଲେଖାଏଁ , ନୂଆପଡାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts