
ଭୁବନେଶ୍ବର: ଆଜ୍ୟ ରାଜ୍ୟରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ତିନିଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୦, ୬୧ ଏବଂ ୭୦। ଗଞ୍ଜାମ ଜିଲ୍ଲାର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୪ ରେ ପହଞ୍ଚିଛି। ସେହିପରି କଟକରେ ଜଣେ ୭୫ ବର୍ଷୀୟ ପୁରୁଷ ଏବଂ ଜଣେ ୮୭ ବର୍ଷୀୟା ମହିଳା ମୃତ୍ୟୁ ବରଣ କରିଛନ୍ତି। ରାୟଗଡାରୁ ଦୁଇ ଜଣ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୬ ଏବଂ ୪୫। ବଲାଙ୍ଗିରିର ଜଣେ ୪୭ ବର୍ଷୀୟ ପୁରୁଷ, ନୟାଗଡର ଜଣେ ୫୮ ବର୍ଷୀୟ ପୁରୁଷ ଏବଂ ଗଜପତିର ଜଣେ ୪୫ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି।