ଦୁଷ୍କର୍ମକାରୀ ଦଶ ବର୍ଷର ବାଳିକାକୁ ବିବାହର କିଛିଦିନ ପରେ ଦେଲେ ଟ୍ରିପଲ ତଲାକ

Published: Aug 23, 2020, 12:55 pm IST

ମୁଜାଫରନଗର: ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗର ଦେଖିବାକୁ ମିଳିଛି। ଜଣେ ଦଶ ବର୍ଷର ବାଳିକାକୁ ତାଙ୍କ ଦୁଷ୍କର୍ମକାରୀ ବିବାହ କରିଥିଲେ। ପରେ ଦୁଷ୍କର୍ମକାରୀ ତାଙ୍କୁ ଟ୍ରିପଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ବୁଦ୍ଧାନା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗ୍ରାମରେ ଘଟିଛି।

ଶିଶୁ ଯତ୍ନ ହେଲ୍ପଲାଇନର ଏକ ଟିମ୍ ପୀଡ଼ିତାଙ୍କ ପାଖରେ ପହଞ୍ଚି ଘଟଣାର ସତ୍ୟତା ବୁଝିବାକୁ ଚେଷ୍ଟା କରିଛି। ହେଲ୍ପଲାଇନ ଇନଚାର୍ଜ ପୁନମ ଶର୍ମାଙ୍କ ଅନୁଯାୟୀ ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଫେବୃଆରୀ ୧୬ରେ ସେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଅଭିଯୁକ୍ତ ବିବାହର କିଛି ଦିନ ପରେ ତାଙ୍କୁ ତଲାକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଶ୍ୟାମଲି ଜିଲ୍ଲାର ବାସିନ୍ଦା। ତେବେ ସେ ଝିଅଟିକୁ ତାଙ୍କ ପରିବାର ଘରେ ଛାଡିଦେଇଥିଲେ। ପରିବାର ଲୋକ ଏନେଇ ଶିଶୁ ଯତ୍ନ ହେଲ୍ପଲାଇନକୁ ଦୃଷ୍ଟି ଆକର୍ଷଣ କରିବା ପରେ ଶିଶୁ ଯତ୍ନ ହେଲ୍ପଲାଇନ ପୋଲିସକୁ ସୂଚନା ଦେଇଥିଲା। ବୁଦ୍ଧାନା ଏସ ଏଚ ଓ  କେପି ସିଂ କହିଛନ୍ତି ଯେ ସେମାନେ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି। (ଏଜେନ୍ସି)

Related posts