Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
ଆଜିର ଖବର

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha CM approved 905 police post for recruitment

ଭୁବନେଶ୍ବର : ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରି ଚିଠି ଲେଖିଛନ୍ତ ନବୀନ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କକୁ ଚିଠି ଲେଖିଛନ୍ତି ନବୀନ । କରୋନା ଯୋଗୁଁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ସେହିପରି ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବା ଅସୁବିଧା ହେବ । ଅପରପକ୍ଷରେ ବିଭିନ୍ନସ୍ଥାନରେ ସଟ୍‌ଡାଉନ୍‌ ଓ ଲକ୍‌ ଡାଉନ୍‌ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି।  ଏହି ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ନିଟ୍‌ ଓ ଜେଇଇ ପରୀକ୍ଷାକୁ ଘୁଞ୍ଚାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଆଦିତ୍ୟ ଠାକ୍‌ରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ଏବଂ ଜେଇଇକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରହିଥିବା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ନିଟ୍ ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

examination JEE naveenpattanik neet
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Latest News

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.