ରାଜ୍ୟରେ ଶସ୍ତା ହେଲା କୋଭିଡ୍‌ ଟେଷ୍ଟ

Published: Aug 25, 2020, 6:32 pm IST

ଭୁବନେଶ୍ବର : ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ ।  ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ଶସ୍ତା ହେବ । 12ଶହ ଟଙ୍କାରେ ହେବ ଆର୍‌ଟି ପିସିଆର ଟେଷ୍ଟ । 2200 ଟଙ୍କାରୁ କମି 12 ଶହ ଟଙ୍କା ହେବ କୋଭିହ୍‌ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଆଇସିଏମ୍‌ଆର ସ୍ବୀକୃତିପ୍ରାପ୍ତ ବେସରକାରୀ ଲାବରୋଟରୀ ଡିପାର୍ଟମେଣ୍ଟ ଅଫ୍‌ ଲ୍ୟାବ୍‌ ସର୍ଭିସେସ୍‌ ଆପୋଲ ହସ୍ପିଟାଲ, ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ, ଆଇଏନ୍‌ଡିଏନ୍‌ଏ ଲାଇଫ୍‌ ସାଇନ୍ସେସ୍‌ କିଟ୍‌ ଏବଂ ଜେନ୍‌-ଏକ୍ସ ଡାଇଗୋ୍ନାଷ୍ଟିକ୍ସ୍‌କୁ ଏନେଇ ଚିଠି ଲେଖାଯାଇଛି ।

Related posts