ନମୁନା ପରୀକ୍ଷଣ ସଂଖ୍ୟା ୩.୭ କୋଟିରେ ପହଞ୍ଚିଲା,ଏକ ନିୟୁତ ଜନସଂଖ୍ୟା ପିଛା ପରୀକ୍ଷଣ ୨୬ ହଜାର

Published: Aug 25, 2020, 10:07 pm IST

ଭୁବନେଶ୍ବର, ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୬୮,୨୭,୫୨୦ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯,୨୫,୩୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ ୨୬,୬୮୫କୁ ଛୁଇଁଛି । ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି । ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି । ଏଥିରେ ୯୮୬ଟି ସରକାରୀ ଓ ୫୩୮ଟି ଘରୋଇ ପରୀକ୍ଷାଗାର ରହିଛି ।

Related posts