ଘନିଭୂତ ହେବାରେ ଲାଗିଛି ଲଘୁଚାପ,ଗତକାଲି ରାତିରୁ ଚାଲିଛି ବର୍ଷା ସହିତ ପବନ, ଆହୁରି 3ଦିନ ବର୍ଷିବ

Published: Aug 26, 2020, 9:32 am IST

ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ସ୍ପଷ୍ଟ ରୂପ ନେବାରେ ଲାଗିଛି। ଫଳରେ ଗତକାଲି ରାତିରୁ ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ବିଶେଷ କରି କଟକ ଓ ଭୁବନେଶ୍ବରରେ ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି। ଏପରିକି ରାତି ସାରା ମଧ୍ୟ ପବନ ପ୍ରବାହିତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଏହିପରି ପାଗ ଆହୁରି ତିନିଦିନ ଧରି ଲାଗିରହିବ।

ଲଘୁଚାପ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହେବ।

ସେହିପରି ୧୧ଟି ଜିଲ୍ଲାରେ ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ ଓ ସୁବବର୍ଣ୍ଣପୁର ରହିଛି।

ଗତକାଲି ରାତିରୁ ପ୍ରବଳ ବର୍ଷା ହେବା ଯୋଗୁଁ କେତକ ନଦୀର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆହୁରି ତିନିଦିନ ଧରି ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ।

Related posts