ବର୍ଷା ସମୟରେ ମୋଧେରା ସୂର୍ଯ୍ୟ ମନ୍ଦିରର ଅପରୂପ ଦୃଶ୍ୟର ଭିଡିଓକୁ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Aug 26, 2020, 11:13 am IST
ଗୁଜୁରାଟ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଧେରା ସୂର୍ଯ୍ୟ ମନ୍ଦିରର ଅପରୂପ ଶୋଭାର ଏକ ଭିଡିଓକୁ ସେୟାର କରିଛନ୍ତି । ଟୁଇଟରରେ ଭିଡିଓ ସେୟାର କରିବା ସହ ମୋଦୀ ଲେଖିଛନ୍ତି, ବର୍ଷା ମଧ୍ୟରେ ମୋଧେରା ସୂର୍ଯ୍ୟ ମନ୍ଦିରର ଏକ ବହଂଗମ ଦୃଶ୍ୟ ଦେଖିବାକୁ ମିଳିଛି ।
ବର୍ଷା ସମୟରେ ମୋଧେରାର ସୂର୍ଯ୍ୟମନ୍ଦିରର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର ନିକଟସ୍ଥ କ୍ଷେତ୍ରରୁ ଜୋର୍‌ରେ ବର୍ଷା ହେବା ଫଳରେ ପାଣି ମନ୍ଦିରର ସିଡି ଦେଇ ସୂର୍ଯ୍ୟକୁଣ୍ଡରେ ପ୍ରବେଶ କରୁଛି । ଏହା ଅତ୍ୟନ୍ତ ମନୋରମ ଲାଗୁଛି ।

ସୂଚନାଯୋଗ୍ୟ, ଗୁଜୁରାଟର ଅନେକ ଜିଲ୍ଲାରେ ବିଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ରାଜ୍ୟର କିଛି ଜିଲ୍ଲାରେ ଥିବା ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି । ପରିସ୍ଥିତି ଯୋଗୁଁ ଡ୍ୟାମ ଗୁଡ଼ିକ ଗେଟ ଖୋଲାଯାଇଛି ।

ତେବେ ଏହି ସୂର୍ଯ୍ୟମନ୍ଦିରର ଏକ ଖାସ କଥା ହେଉଛି । ସୂର୍ଯ୍ୟୋଦୟ ସମୟରେ ପ୍ରଥମ କିରଣ ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିଥାଏ । ପ୍ରତ୍ୟେକ ବର୍ଷ ସକ୍ରାନ୍ତି ଅବସରରେ ଏଠାରେ ସୂର୍ଯ୍ୟ ଦର୍ଶନ କରାଯିବା ସହିିତ ସୂର୍ଯ୍ୟକୁଣ୍ଡର ପାଣିରେ ସ୍ନାନ କରିଥା’ନ୍ତି ଭକ୍ତମାନେ । ମନ୍ଦିରରେ ସଭାମଣ୍ଡପରେ ମୋଟ୍‌ 52ଟି ସ୍ତମ୍ଭ ରହିଛି । ଏହି ସ୍ତମ୍ଭଗୁଡିକରେ ସମସ୍ତ ଦେବୀ ଦେବତାଙ୍କୁ ଚିତ୍ର ରହିଛି । ଏହା ସହିତ ରାମାୟଣ-ମହାଭାରତର ପ୍ରସଙ୍ଗଗୁଡିକୁ ଚିତ୍ରିତ କରାଯାଇଛି । ଏହି ମନ୍ଦିରଟି 11ଶତାବ୍ଦୀରେ ନିର୍ମାଣ ହୋଇଥିଲା ।

Related posts