ବସ୍‌ ଦୁର୍ଘଟଣା : 6 ମୃତ

Published: Aug 26, 2020, 3:46 pm IST

ଲକ୍ଷ୍ନୌ : ଲକ୍ଷ୍ନୌରେ ଘଟିଛି ବଡ ସଡକ ଦୁର୍ଘଟଣା। ଲକ୍ଷ୍ନୌ-ହରଦୋଇ ରୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ବସ୍‌ ଓଭରଟେକ୍‌ ଦେବାରୁ ଧକ୍କା ହୋଇଥିଲା। ଦୁଇ ରୋଡଓ୍ବେଜ୍‌ ବସ୍‌ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ 8ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ ଭିତରେ ପାଖାପଖି 20ରୁ 22 ଜଣ ଲୋକ ଉପସ୍ଥିତ ରହିଛନ୍ତି। (ଏଜେନ୍ସି)

Related posts