କରୋନା ନିୟନ୍ତ୍ରଣରେ ଗଂଜାମ: ୮୮.୨ ପ୍ରତିଶତ ସଂକ୍ରମିତ ସୁସ୍ଥ

Published: Aug 26, 2020, 9:45 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିନକୁ ଦିନ କରୋନାର ସ୍ଥିତି ସୁଧୁରିବାରେ ଲାଗିଛି। ଯାହା ପ୍ରଶାସନ ତରଫରୁ ଆସୁଥିବା ସ୍ପଷ୍ଟ ଚିତ୍ରରୁ ଅନୁମାନ କରାଯାଉଛି। ସୂଚନାଥାଉକି ତଳ ଦିନେ ଗଂଜାମ ଜିଲ୍ଲା ଏକ ସଙ୍କଟଜନିତ ମୁହୂର୍ତ୍ତରେ ପହଞ୍ଚିଯାଇଥିଲା। ଏହି ଜିଲ୍ଲାରେ ରେଡ଼୍ ଜୋନ୍ ଥିଲା। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ପଜିଟିଭ୍ ସଂଖ୍ୟା ବଢ଼ୁôଥିବାବେଳେ ଗଂଜାମ ଜିଲ୍ଲାର ମାମଲା ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାପାଳ ତଳ ଦିନେ ପ୍ରେସବିବୃତ୍ତିରେ ସ୍ପଷ୍ଟ କରିଥିଲେ ଯେ ସ୍ଥାନୀୟ ସଂକମ୍ରଣ ନିୟନ୍ତ୍ରଣାଧୀନ।

ପ୍ରଶାସନ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଗଂଜାମରେ ବର୍ତ୍ତମାନ ସୁଦ୍ଧା କରୋନା ପରୀକ୍ଷା ପାଇଁ ୧୯୬୬୬୯ ଲୋକଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୧୬୯୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୦୬୯୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ପ୍ରକୃତ ତଥ୍ୟ ହେଲା ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ଭୁବନେଶ୍ୱର ସହରରେ ଟେଷ୍ଟିଂ ବଢ଼ାଇ ଦିଆଯାଇଛି। ପ୍ରତ୍ୟେକ ଦିନ ଟେଷ୍ଟିଂର ମାତ୍ରା ବଢ଼ିବା ଯୋଗୁଁ ଏହି ଚିତ୍ର ପଦାକୁ ଆସୁଛି।

କିନ୍ତୁ ଗଂଜାମ ଜିଲ୍ଲାରେ ଟେଷ୍ଟିଂ କେବଳ କାଗଜକଲମରେ ସୀମିତ ଥିବାଭଳି ମନେହେଉଛି। ଆରମ୍ଭରୁ ହିଁ କୌଣସି ସ୍ପଷ୍ଟ ଚିତ୍ର ଗଂଜାମ ଜିଲ୍ଳାପାଳ ପ୍ରଦାନ କରୁନାହାନ୍ତି। କେଉଁ ପରିସ୍ଥିତିରେ କିଭଳି ଭାବରେ ଗଂଜାମରେ ସ୍ଥିତି ନିୟନ୍ତ୍ରଣ ଯାହାକି ୮୮.୩ ପ୍ରତିଶତ ସରକାରୀ ବିବୃତ୍ତିରେ ଦେଖିଲାବେଳେ ଆଶ୍ଚର୍ଯ୍ୟ ଲାଗୁଛି। ଲକ୍ଷଣବିହୀନ ରୋଗର ମେଡ଼ିସିନ୍ ନଥାଇ କିଭଳି ନିୟନ୍ତ୍ରଣ ହୋଇପାରିଲା ଏହା ଜିଲ୍ଲାର ବୁଦ୍ଧିଜୀବୀ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ଯେମିତି ମନେ ହେଉଛି ଏକ ଯାଦୁ କାମ କରୁଛି। ନଚେତ୍ ଗଂଜାମ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଆଜି କରୋନା ମୁକ୍ତ ଆଡ଼କୁ ଗତି କରୁଛି। ତେବେ ଯେତିକି ଟେଷ୍ଟ ହେଉଛି ସେଥିମଧ୍ୟରୁ ଆଣ୍ଟିଜେନ୍ କେତେ ପିସି ଏବଂ ଟୁନାଟ୍ କେତେ କିଛି ସ୍ପଷ୍ଟ ନାହିଁ। ତେବେ କୌଣସି ସାହି ସାହି ବୁଲି ପରୀକ୍ଷା ମଧ୍ୟ କରାଯାଇନାହିଁ କି କୌଣସି ଗାଡ଼ି ବି ବୁଲି ଟେଷ୍ଟ ହେଉନି।

ଆଜି ମଧ୍ୟ ୧୯୬ ନୂତନ ସଂକମ୍ରିତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୭୫ ବର୍ଷୀୟ ବୃଦ୍ଧ ଯେକି ମଧୁମେହରେ ପୀଡ଼ିତ ଥିଲେ ଏବଂ ଜଣେ ୬୦ ବର୍ଷୀୟ ବୃଦ୍ଧା ଯେ, କି ମଧୁମେହ ଏବଂ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁ ଘଟିଛ। ଆଜି ସଂକ୍ରମିତ ସଂଖ୍ୟା ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ଥିବାବେଳେ ୧୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ମଧ୍ୟ ୨୩୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ସମୁଦାୟ ୧୬୯୩୬ ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୫୧୮୫ରେ ପହଞ୍ଚିଛି। ବର୍ତ୍ତମାନ ୧୫୬୦ ଜଣ ଆକ୍ଟିଭ୍ ରୋଗୀ ରହିଥିବାବେଳେ ୧୮୩ ଜଣଙ୍କ ମୃତ୍ୟୁ ହେଲାଣି। ବ୍ରହ୍ମପୁର ମହାନଗର ନିଗମରେ ଆଜି ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତ ସଂଖ୍ୟା ୩୦୭୧ରେ ପହଞ୍ଚିଛି। ବତ୍ତର୍ମାନ ୨୭୧୭ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ୩୦୦ ଜଣ ଚିକିତ୍ସାଧୀନ ଥିବାବେଳେ ୫୪ଟି ମୁଣ୍ଡ ନେଲାଣି କରୋନା।

Related posts