Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାଲୁଗାଁ-ବାଣପୁର ଗସ୍ତ : କରୋନା ସ୍ଥିତି ନେଇ କଲେ ସମୀକ୍ଷା
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାଲୁଗାଁ-ବାଣପୁର ଗସ୍ତ : କରୋନା ସ୍ଥିତି ନେଇ କଲେ ସମୀକ୍ଷା

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଜିଲ୍ଲାର ଏକ ନମ୍ବର ହଟସ୍ପଟ କରୋନା ଅଞ୍ଚଳ ବାଲୁଗାଁ-ବାଣପୁର ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ଉପଜିଲ୍ଲାପାଳ ଅଶୋକ ବେହୁରିଆ, ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ ଏବଂ ଖୋର୍ଦ୍ଧା ଡିଏସ୍‌ପି ସତୀଶ ଚନ୍ଦ୍ର ପାଢୀ ସାମିଲ୍‌ ଥିଲେ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟରେ ଦୁଇଟି ପୃଥକ ପୃଥକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଅଞ୍ଚଳର ସରକାରୀ ଅଧିକାରୀମାନଙ୍କ ସହ ସ୍ଥାନୀୟ ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ପ୍ରତିନିଧି ଏବଂ କିଛି ସମାଜସେବୀ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ କିପରି ଉଭୟ ଅଞ୍ଚଳରେ କରୋନାକୁ ପ୍ରତିହତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଗ ଭାବେ ଆଲେଚନା କରିବା ସହିତ ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧିମାନଙ୍କ ଠୁ ଅଭିଯୋଗମାନ ଗ୍ରହଣ କରିଥିଲେ।

ବର୍ତ୍ତମାନ ଧୀରେ ଧୀରେ ଉଭୟ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସ୍ଥାନୀୟ ପ୍ରଶାସନର ପରିଶ୍ରମ ଲାଗି ଏହା ଏବେ ନିୟନ୍ତ୍ରଣାଧୀନ ରହିଥିବାରୁ ସ୍ଥାନୀୟ ପ୍ରଶାସନକୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସ୍ବାଇଁ ସୁସ୍ଥ ହୋଇଥିବା ୬୦ ରୁ କମ୍‌ ବୟସର ବୟସ୍କଙ୍କୁ ପ୍ଲାଜ୍‌ମା ଦାନ ପାଇଁ ଅନୁରୋଧ କରିଥିଲେ। ନିଜେ ଆରକ୍ଷୀ ଅଧୀକ୍ଷକ ପ୍ଲାଜ୍‌ମା ଦାନ ପାଇଁ ଗତକାଲି ନାମ ପଞ୍ଜୀକରଣ କରିଥିବାର ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢୀ ଜନସାଧାରଣଙ୍କୁ ସଚେତନ ହେବା ସହ ଲକ୍ଷଣବିହୀନ ଥିବା କରୋନା ଆକ୍ରାନ୍ତଙ୍କ ପରିବାରକୁ ମଧ୍ୟ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ବାଣପୁର-ବାଲୁଗାଁ ପାଇଁ ଆଉ ଅତିରିକ୍ତ ଭ୍ରାମ୍ୟମାଣ  ୪ ଗୋଟି  ଡାକ୍ତରୀ ଦଳ ଯୋଗାଇ ଦେଇଥିବାର ସୂଚନା ଦେଇଛନ୍ତି।

କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ସ୍ବଇଚ୍ଛାରେ କରୋନା ସେବକ ରୂପେ ଅନ୍ୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜିଲ୍ଲାପାଳଙ୍କ ବାଲୁଗାଁ ଗସ୍ତ ସମୟରେ ଚିଲିକା ତହସିଲଦାର ପୁନମ୍‌ ମହାପାତ୍ର , ବିଡିଓ ସୁଷମା ବାରିକ୍‌, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି, ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ, ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ଦାଶ ପଟ୍ଟନାୟକ ଆଦି ଉପସ୍ଥିତ ଥିବାବେଳେ ବାଣପୁର ଗସ୍ତ ସମୟରେ ବାଣପୁର ବିଡିଓ ଡାକ୍ତର ଶୁଭଶ୍ରୀ ତ୍ରିପାଠୀ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ସିଡିପିଓ ବିଦ୍ୟୁତ୍‌ପ୍ରଭା ରଥ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜଟି ପ୍ରସାଦ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧାଜିଲ୍ଲାପାଳ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026

ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ

June 1, 2026

କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲା : ୩ ପୁଲିସ କର୍ମଚାରୀ ନିଲମ୍ବିତ

June 1, 2026
Latest News

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଶିଫଳ: ଆଜି ଜୁନ ୨ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.