ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର କବାଟ

Published: Aug 27, 2020, 2:49 pm IST

ପୁରୀ : ପୁରୀ ଶ୍ରୀମନ୍ଦିର ଦ୍ବାରରେ ଥିବା କବାଟକୁ ରୁପାରେ ଛାଉଣୀ କରାଯିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୁପାର ଚାଦର ଦିଆଯିବ । ଶ୍ରୀମନ୍ଦିରର ତିନୋଟି ମୁଖ୍ୟ ଦ୍ବାର କବାଟରେ ଛାଉଣୀ ହେବ ରୁପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ବାରରେ ଲାଗିବ ରୁପା । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । କବାଟରେ ରୂପା ଛାଉଣୀ ପାଇଁ ଡିଜାଇନ୍‌ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ ବୋଲି ସୂଚନା ରହିଛି ।

Related posts